ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ସୋମବାର ନେପାଳ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ରବିବାର ଦିନ ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାର ବିମାନର ଧ୍ୱଂସାବଶେଷରୁ ୨୧ ଟି ମୃତଦେହ ଉଦ୍ଧାର କରାଯାଇଛି।
ବିମାନରେ ମୋଟ ୨୨ ଜଣ ଲୋକ ଥିବା ବେଳେ, ଏୟାର ବିମାନ ସକାଳ ୯.୫୫ ରେ ପୋଖରାର ପର୍ଯ୍ୟଟନ ସ୍ଥଳରୁ ଯାତ୍ରା ଆରମ୍ଭ କରାଯାଇଥିଲା। ତେବେ ଏଥିରେ ୪ଜଣ ଭାରତୀୟ ମଧ୍ୟ ଥିଲେ । ଏହି ଦୁର୍ଘଟଣାରେ ସମସ୍ତଙ୍କର ଜୀବନ ଚାଲି ଯାଇଛି ବୋଲି ସୂଚନା ମିଳିଛି।