ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୟୁରୋପ , ୟୁଏସ୍ଏ ସମେତ ଅନ୍ୟାନ୍ୟ ଦେଶରେ ସମ୍ପ୍ରତି ମଙ୍କି ପକ୍ସ ଭୂତାଣୁ ଆତଙ୍କ ଖେଳାଇଥିବାବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକ ପ୍ରସ୍ତୁତି କରିବାକୁ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭୂତାଣୁ ବିରୋଧରେ ଲଢ଼େଇ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଶ୍ବ ସ୍ଵାସ୍ଥ୍ୟ ସଙ୍ଗଠନ ଓ ଆଇସିଏମ୍ଆର୍ ମାର୍ଗଦର୍ଶିକା ଅନୁଯାୟୀ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଲକ୍ଷଣ ଦେଖା ଦେଇ ନଥିବା ବେଳେ ପୂର୍ବରୁ ସଜାଗ ରହିବ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନାମୁତାବକ ୨୩ଦେଶରେ ମଙ୍କି ପକ୍ସ ଭାଇରସ୍ ନିଶ୍ଚିତ ହୋଇଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ ୨୫୭ ଟି ଲାବୋରେଟୋରୀ-ନିଶ୍ଚିତ ମାମଲା ହୋଇଥିବା ବେଳେ ପ୍ରାୟ ୧୨୦ ଜଣ ସନ୍ଦିଗ୍ଧ ମାମଲା ରହିଛି।