ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ବର୍ତ୍ତମାନ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ଅଧିକାର ନିୟମ ଅନୁସାରେ କୌଣସି ହୋଟେଲ କିମ୍ବା ସିନେମା ହଲରେ ଆଧାର କାର୍ଡ ର କୌଣସି କପି ଦେବା ଉଚିତ ନୁହେଁ। ତେଣୁ ଏଥିପାଇଁ ଲୋକମାନଙ୍କୁ ସଜାଗ ରହିବାକୁ ହେବ କୋଲି କେନ୍ଦ୍ର ସୂଚନା ଦେଇଛି। ଏହା ସହିତ ମାସ୍କଡ୍ ଆଧାର କାର୍ଡ ବ୍ୟବହାର କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି। ତେବେ ମାସ୍କଡ୍ ଆଧାର କାର୍ଡ କଣ ଏବଂ ଏହାକୁ କିପରି ଡାଉନଲୋଡ୍ କରି ହେବ ତାହା ଉପରେ ଆସନ୍ତୁ ଜାଣିବା।
ଏକ ମାସ୍କଡ୍ ଆଧାର କାର୍ଡ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରକାଶ ନଥାଏ। ଏହା ପରିବର୍ତ୍ତେ, ଏହା କେବଳ ଶେଷ ୪ ଅଙ୍କ ଦେଖାଯିବ। UIDAI ୱେବସାଇଟରୁ ଆଧାରର ଏକ ମାସ୍କଡ୍ କପି ଡାଉନଲୋଡ୍ କରିହେବ।
ତେବେ କିପରି ଡାଉନଲୋଡ କରିବେ ଜାଣନ୍ତୁ ପ୍ରଥମେ ଏହି ଲିଙ୍କ https://myaadhaar.uidai.gov.in/ କୁ ଯାଆନ୍ତୁ । ଏହାପରେ ସେଠାରେ ଆପଣଙ୍କର ଆଧାର କାର୍ଡ ନମ୍ବର ପ୍ରବେଶ କରନ୍ତୁ। ଏଠାରେ ଆପଣଙ୍କୁ କିଛି ବିକ୍ଳପ ଦେଖାଯିବ । ଆପଣ ଏକ ମାସ୍କଡ୍ ଆଧାର ଚାହୁଁଛନ୍ତି କି ଏହି ବିକଳ୍ପକୁ ଚୟନ କରନ୍ତୁ । ଏହାପରେ ଡାଉନଲୋଡ୍ ଚୟନ କରନ୍ତୁ ଏବଂ ଆଧାର ନମ୍ବରର ଶେଷ ଚାରି ଅଙ୍କ ସହିତ ଆଧାର କାର୍ଡର ଏକ କପି ପ୍ରାପ୍ତ କରନ୍ତୁ। ତେବେ ଏହି ମାସ୍କଡ୍ ଆଧାର କାର୍ଡକୁ ଆପଣ ସବୁଆଡେ ବ୍ୟବହାର କରିପାରିବେ।