ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ :ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନାଡା ଜୁନ୍ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ସୂଚନା ମିଳୁଛି। ଯେଉଁଠାରେ ସେ ୨୦୧୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ଉପରେ ବିଚାରବିମର୍ଶ କରିବେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ମାସରେ ଦୁଇ ଦିନ ଧରି ରାଜ୍ୟ ଗସ୍ତ କରିଥିଲେ। ବିଜେପିର ଶୀର୍ଷ ନେତୃତ୍ୱର ବାରମ୍ବାର ଗସ୍ତ ବଙ୍ଗଳା ୟୁନିଟ୍ କୁ ମଜବୁତ କରିବା ପାଇଁ ଦଳର ପ୍ରୟାସ ବୋଲି ଜଣାପଡିଛି।୨୦୧୯ରେ ୪୨ ଟି ଆସନ ମଧ୍ୟରୁ ପଶ୍ଚିମବଙ୍ଗରେ ୧୮ ଟି ଲୋକସଭା ଆସନ ଜିତିଥିବାବେଳେ ଶାସକ ଟିଏମସି ୨୨ ଟି ଜିତିଛି।
ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ସୌମିତ୍ରା ଖାନ କହିଛନ୍ତି ଯେ କେନ୍ଦ୍ରୀୟ ନେତୃତ୍ୱଙ୍କ ରାଜ୍ୟ ଗସ୍ତ ଶାସକ ମମତା ବାନାର୍ଜୀ ସରକାରଙ୍କୁ ପରାସ୍ତ କରିବା ସହିତ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ କରାଯାଉଛି। ତେବେ ନାଡାଙ୍କ ଏହି ଗସ୍ତ ବିଜେପି ପକ୍ଷରେ କେତେ ଫଳପ୍ରଦ ହେଉଛି ତାହା ଦେଖିବା ବାକି ରହିଲା।