ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଋଷ-ୟୁକ୍ରେନ ଭିତରେ ଲାଗିଥିବା ଯୁଦ୍ଧକୁ ତିନି ମାସ ହୋଇଗଲାଣି । ଏବେ ଯୁଦ୍ଧ ଏକ ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି । ଏହି ଦୁଇ ଦେଶ ଭିତରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ପଡିଲାଣି । ତେବେ ଆଜି ୟୁକ୍ରେନର ଲୁହାଂନ ସହରରେ ମିଶାଇଲ ଆକ୍ରମଣ କରୁଛି ଋଷ । ଲଗାତାର ଋଷ ବୋମା ବର୍ଷଣ କରିଚାଲିଛି । ତେବେ ୟୁକ୍ରେନ ମଧ୍ୟ ଋଷର ଜେପୋରିଆ ରେ ଆଟମ ବମ୍ ପକାଇବା ପାଇଁ ଯୋଜନା କରିଥିବାର ମଧ୍ୟ ସୂଚନା ମିଳିଛି । ତେବେ ଋଷ ୟୁକ୍ରେନର ମାରିଓପୋଲ ପୋର୍ଟ ଉପରେ ଘନଘନ ବୋମା ବର୍ଷଣ କରିଚାଲିଛି । ଭୟଙ୍କର ମିଶାଇଲ ଟୋସ୍-୨ ଦ୍ୱାରା ଋଷ ତାର ଆକ୍ରମଣ ଜାରି ରଖିଛି । ଏଭଳି ଆକ୍ରମଣ ଯଦି ଆଉ କିଛି ଦିନ ଜାରି ରହିବ । ତେବେ ୟୁକ୍ରେନର ପତନ ସୁନିଶ୍ଚିତ । ଚାଲିଥିବା ଯୁଦ୍ଧ ପାଇଁ ତୁର୍କୀ ସିଧାସଳଖ ଭାବେ ନାଟୋକୁ ଦାୟୀ କରିଥିବା ବେଳେ ନାଟୋ ମଧ୍ୟ ଏହାକୁ ସ୍ୱୀକାର କରିଛି । ଋଷ-ୟୁକ୍ରେନ ଯୁଦ୍ଧ ଚାଲଥିବା ବେଳେ ଏହାର ବଡ ପ୍ରଭାବ ପାକିସ୍ତାନ ଉପରେ ପଡିଛି । ଏହାଦ୍ୱାରା ପାକିସ୍ତାନରେ ଅର୍ଥସଙ୍କଟ ସୃଷ୍ଟି ଦେଖା ଦେଲାଣି । କେବଳ ଏତିକି ନୁହେଁ ଏହି ଯୁଦ୍ଧ ର ପ୍ରଭାବ ମଧ୍ୟ ସାରା ଦେଶ ରେ ପଡୁଛି। (ରିପୋର୍ଟ:ସୋନାଲି)