ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କେ-ପପ୍ ଗ୍ରୁପ୍ର ବୈଠକର କିଛି ଦିନ ପୂର୍ବରୁ ବିଟିଏସର କନିଷ୍ଠ ସଦସ୍ୟ ଜଙ୍ଗକୁକ୍ ଶନିବାର ସିଓଲରୁ ଆମେରିକା ଯାଇଥିଲେ। ଜଙ୍ଗକୁକ୍ ର ଅନେକ ଭିଡିଓ ଏବଂ ଚିତ୍ର ପ୍ରଶଂସକମାନଙ୍କ ଦ୍ୱାରା ଅନଲାଇନରେ ସେୟାର କରାଯାଇଥିଲା। ଗାୟକ ସିଓଲ ବିମାନବନ୍ଦରରେ ପ୍ରଶଂସକମାନଙ୍କ ପାଇଁ ପୋଜ ଦେଉଥିବାର ଦେଖିବାକୁ ମିଳିଥିଲା। ଜଙ୍ଗକୁକ୍ ମଧ୍ୟ ବିମାନବନ୍ଦର ଭିତରେ ଥିବା ପାପାରାଜିଙ୍କୁ ସାଲୁଟ କରିଥିଲେ। ଯାତ୍ରା ପାଇଁ ଜଙ୍ଗକୁକ୍ ଏକ ଧଳା ସ୍ୱିଟ୍ ସାର୍ଟ, ନୀଳ ଡେନିମ୍ ଏବଂ ବ୍ରାଉନ୍ ଜୋତା ପିନ୍ଧିଥିଲେ । ଜଙ୍ଗକୁକ୍ ମଧ୍ୟ ପ୍ରଶଂସକଙ୍କୁ ହାତ ବୁଲାଉ ଥିବାର ଦେଖାଯାଇଥିଲା। ରାଷ୍ଟ୍ରପତି ବାଇଡେନ ଏବଂ ବିଟିଏସ୍ ବିବିଧତା ଏବଂ ଅନ୍ତର୍ଭୂକ୍ତିର ଗୁରୁତ୍ୱ ଏବଂ ବିଟିଏସ୍ ପ୍ଲାଟଫର୍ମର ଯୁବ ପିଢ଼ୀ ମାନଙ୍କ ଭିତରେ ସକରାତ୍ମକତାର ବାର୍ତ୍ତା ବିସ୍ତାର ଉପରେ ଆଲୋଚନା କରାଯିବ। ଜୁନ୍ ୧୦ରେ ବିଟିଏସ୍ ଙ୍କ ନୂତନ ଆଲବମ୍ ରିଲିଜ୍ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେମାନେ ଦକ୍ଷିଣ କୋରିଆକୁ ଫେରିବେ ବୋଲି ସୂଚନା ମିଳୁଛି।