ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ:ରାଗିଲେ କେନ୍ଦ୍ରମନ୍ତ୍ରୀ। କେବଳ ଏତିକି ନୁହେଁ ଏଭଳି ଘଟଣା କୁ ନ ଦୋହରାଇବା ପାଇଁ ଦେଲେ ଆଦେଶ। ସୂଚନା ମୁତାବକ ଦିଲ୍ଲୀରେ ଜଣେ ଆଇଏଏସ୍ ଅଧିକାରୀ ଏବଂ ତାଙ୍କ ପତ୍ନୀ ସେମାନଙ୍କ କୁକୁରକୁ ଷ୍ଟାଡିୟମକୁ ନେଇ ଯାଇଥିଲେ କେବଳ ଏତିକି ନୁହେଁ ଖେଳାଳି ମାନଙ୍କୁ ବାହାରେ ଠିଆ ହେବାକୁ କହିଥିଲେ।ଏହି ଘଟଣା ବିଷୟ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଜାଣିବା ପରେ ଦିଲ୍ଲୀ ସରକାରଙ୍କ ଉପରେ ରାଗିଛନ୍ତି। ତେବେ ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଦିଲ୍ଲୀ ସରକାର କିଛି କରିନାହାଁନ୍ତି। ଯାହାବି ସବୁ ଉନ୍ନତି କରଣ ହୋଇଛି ତାହା କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦ୍ବାରା ହିଁ ସମ୍ଭବ ହୋଇଛି। ଆଉ ଏହି ସ୍ଥାନ ହେଉଛି ଆଥଲେଟିକଙ୍କ ମାନଙ୍କ ପାଇଁ ଯେଉଁମାନେ ଦେଶ ପାଇଁ ପଦକ ଜିତନ୍ତି। ତେଣୁ ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।