ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ବଦଳିଲେ ହାଇକୋର୍ଟର ବିଚାରପତି। ସୁପ୍ରିମକୋର୍ଟର କଲିଜିୟମର ନିଷ୍ପତ୍ତି ଅନୁସାରେ ନିମ୍ନଲିଖିତ ହାଇକୋର୍ଟ ବିଚାରପତିଙ୍କୁ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି। ସୂଚନା ଅନୁସାରେ ଆସାଉଦ୍ଦିନ ଆମନ୍ନୁଲାଙ୍କୁ ଯେକି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଚାରପତି ଅଛନ୍ତି ତାଙ୍କୁ ପାଟନା ବଳଦି କରାଯାଇଛି। ସେହିପରି ଚିତ୍ତରଞ୍ଜନ ଦାଶ ବର୍ତ୍ତମାନ ଓଡିଶା ହାଇ କୋର୍ଟର ବିଚାରପତିଙ୍କୁ କୋଲକାତା ବଳଦି କରାଯାଇଛି। ସେହିପରି ସୁବାଷିଶ ତଳପାତ୍ରଙ୍କୁ ତ୍ରିପୁରାରୁ ଓଡିଶା ଲାସୁଙ୍ଗକୁମ ଜାମିର ମଣିପୁରରୁ ଗ୍ବୋହାଟି, ଧୀରଜ ସିଂ ଠାକୁରଙ୍କୁ ଜେ କେ ଲଦାଖ ରୁ ବମ୍ବେ, ପୁରୁଷିନ୍ଦ୍ର କୁମାର କୌରଭ ଙ୍କୁ ମଧ୍ୟପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।