ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ ଭାରତ ଡ୍ରୋନ୍ ମହୋତ୍ସବ – ୨୦୨୨ ’ କୁ ୨୭ ମେ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସବୁଠୁ ବଡ଼ ଡ୍ରୋନ୍ ଉତ୍ସବ । ପ୍ରଧାନମନ୍ତ୍ରୀ ଏହି ଅବସରରେ କିଷାନ୍ ଡ୍ରୋନ୍ ପାଇଲଟମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ସେ ଖୋଲା ଆକାଶରେ ଡ୍ରୋନ୍ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ୍ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପ୍ମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ । ଏହି ମହୋତ୍ସବ ମେ ୨୭ ଓ ୨୮ ଦୁଇ ଦିନଧରି ଅନୁଷ୍ଠିତ ହେବ । ସରକାରୀ ଅଧିକାରୀ , ବିଦେଶୀ କୂଟନୀତିଜ୍ଞ , ସଶସ୍ତ୍ର ବାହିନୀ , କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ , ପିଏସ୍ୟୁ , ଘରୋଇ କମ୍ପାନି ଏବଂ ଡ୍ରୋନ୍ ଷ୍ଟାର୍ଟଅପ୍ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ମହୋତ୍ସବରେ ଅଂଶଗ୍ରହଣ କରିବେ । ଏବହ ବିଭିନ୍ନ ପ୍ରକାରର ଡ୍ରୋନ ଦେଖିବାକୁ ମିଳିବ। ମହୋତ୍ସବରେ ଅନ୍ୟଗୁଡ଼ିକ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ଡ୍ରୋନ୍ ପାଇଲଟ୍ ସାର୍ଟିଫିକେଟ୍ ପ୍ରଦାନ , ନୂତନ ସାମଗ୍ରୀର ଶୁଭାରମ୍ଭ , ପ୍ୟାନେଲ୍ ଆଲୋଚନା , ଉଡ଼ାଣ ପ୍ରଦର୍ଶନ , ମେଡ୍ ଇନ୍ ଇଣ୍ଡିଆ ଟ୍ୟାକ୍ସି ପ୍ରୋଟୋଟାଇପ୍ ଆଦି ଏଥିରେ ଦେଖିବାକୁ ମିଳିବ । ସେ କୃଷି ହେଉ ଅବା ସ୍ବାସ୍ଥ୍ୟ। ବର୍ତ୍ତମାନ ସରକାର ବିଭିନ୍ନ କ୍ଷେତ୍ରରେ ଡ୍ରୋନର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି।