ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଭିଡିଓ ପରେ ଭିଡିଓ ସେୟାର କରି ଚାଲିଛନ୍ତି ଅନୁଭବ । ଭିଡିଓ ସେୟାର କରି ନିଜର ଦୁଃଖ ଏବଂ କଷ୍ଟ ନିଜର ଫ୍ୟାନମାନଙ୍କ ସହ ବାଣ୍ଟୁଛନ୍ତି ଅନୁଭବ । ତେବେ ପୁଣି ଆଜି ସକାଳୁ ଆଉ ଏକ ଭିଡିଓ ନିଜ ୟୁଟ୍ୟୁବ୍ ଚ୍ୟାନଲରେ ସେୟାର କରିଛନ୍ତି ଅନୁଭବ । ଏହି ଭିଡିଓରେ ସେ ସିଧାସଳଖ ଭାବେ ବର୍ଷାଙ୍କୁ କିଛି କହିନଥିବା ବେଳେ ପୂର୍ବରୁ ଯେଉଁ ସବୁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ କିଛି ଭୁଲ କିମ୍ବା ମିଛ ତଥ୍ୟ ଦେଇନାହାନ୍ତି ବୋଲି ଅନୁଭବ କହିଛନ୍ତି । ଏଭଳି ବାରମ୍ବାର ଭିଡିଓ କରି ସେ ନିଜେ ବିବାଦ ଘେରରେ ରହିବା ସହ ବର୍ଷାଙ୍କୁ ମଧ୍ୟ ବିବାଦ ଘେରକୁ ଟାଣିଛନ୍ତିୁ । ସୂଚନାମୁତାବକ ଅନୁଭବ ୨୦୨୦ ରେ ଛାଡପତ୍ର ମାମଲା କୋର୍ଟକୁ ଆଣିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଏବେ ଅନୁଭବ ବାରମ୍ବାର ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ପରେ ଅନୁଭବଙ୍କ ଫ୍ୟାନ ବର୍ଷାଙ୍କ ବିରୋଧରେ ଭୁଲ ମନ୍ତବ୍ୟ ଦେଉଛନ୍ତି । ତେବେ ସୋସିଆଲ ମିଡିଆରେ ତାଙ୍କର ଚରିତ୍ର ସଂହାର କରାଯାଉଥିବା ସହ ସାମାଜିକ ପ୍ରତିଛବି ଖରାପ କରାଯାଉଥିବା ନେଇ ସାଇବର ଥାନାରେ ଏତଲା ଦେଇଥିଲା ବର୍ଷା । ହେଲେ ସୋସିଆଲ ମିଡିଆରେ ଏହି ସବୁ ବିବାଦ ବନ୍ଦ ହେଉନାହିଁ । ତେବେ ଏହି ସବୁ ଅପପ୍ରଚାର ବନ୍ଦ ପାଇଁ ଏବେ ବର୍ଷା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ତେବେ ହାଇକୋର୍ଟ ଏହି ଦୁଇ ଯୋଡିଙ୍କୁ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରିବାକୁ ମନା କରିଛନ୍ତି। ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ଦେବାକୁ ମଧ୍ୟ ହାଇକୋର୍ଟ ତାଗିଦ କରିଛି। (ରିପୋର୍ଟ:ସୋନାଲି)