ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣା ରେ ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭି.ସି.ଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ। ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସିଙ୍କ ନିର୍ଦ୍ଦେଶ। ସୂଚନା ମୁତାବକ ଏପ୍ରିଲ୍ ୨୨ରେ ମେଡିକାଲ୍ ଛାତ୍ର ନିଶାନ୍ତ କୁମାରଙ୍କ ଛାତରୁ ପଡି ମୃତ୍ୟୁ ହୋଇଥିଲା। ତେବେ ଏହାକୁ ନେଇ ରାଗିଂ ଅଭିଯୋଗ ଉଠିଥିଲା। ତେବେ ଏହି ଘଟଣାକୁ ନେଇ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ କରିଥିଲେ ଅଭିଯୋଗ କରିଥିଲେ।। ରାଗିଂ ରୋକିବାକୁ କର୍ତ୍ତୁପକ୍ଷ ପଦକ୍ଷେପ ନଥିବା ଏହି ଅଭିଯୋଗ ରେ ଉଲ୍ଲେଖ କରାଯାଇଥିଲା।