ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଖାଲି ପଡିଥିବା ପଦବୀର ହୋଇଛି ପୂରଣ। ବିନୟ କୁମାର ସାକ୍ସେନା ଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ଅନିଲ ବୈଜଲଙ୍କ ସ୍ଥାନ ନେଇଛନ୍ତି । ବୈଜଲ ଏହି ପଦରୁ ଗତ ୧୮ ତାରିଖ ବୁଧବାର ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଗ୍ରହଣ କରିଛନ୍ତି । ୬୪ବର୍ଷୀୟ ସାକ୍ସେନା ସମ୍ପ୍ରତି ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଅଛନ୍ତି । ସେ ୨୦୧୫ରୁ ଏହି ଦାୟିତ୍ବରେ ଏହି ପଦରେ ରହିଛନ୍ତି । ୧୯୫୮ରେ ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ସାକ୍ସେନା ଜଣେ ଲାଇସେନ୍ସ ପ୍ରାପ୍ତ ପାଇଲଟ। ଏହା ସହିତ ଦୁଇ ବର୍ଷ ପୂର୍ବେ, ସେ ୨୦୨୧ ପଦ୍ମ ପୁରସ୍କାର ଚୟନ କମିଟିରେ ସଦସ୍ୟ ଭାବରେ ମନୋନୀତ ହୋଇଥିଲେ। ସାକ୍ସେନାଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଗତ କରିଛନ୍ତି ଏବଂ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇଁ ନିଶ୍ଚିତ କରିଛନ୍ତି। “ଦିଲ୍ଲୀର ଲୋକଙ୍କ ତରଫରୁ ମୁଁ ନୂତନ ଭାବେ ନିଯୁକ୍ତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନାଙ୍କୁ ସ୍ୱାଗତ କରୁଛି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀର ଉନ୍ନତି ପାଇଁ ସେ ଦିଲ୍ଲୀ କ୍ୟାବିନେଟରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ ବୋଲି ସେ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି।