ସନଷ୍ଟାର ଟିଭି ବ୍ୟୁରୋ
ବିହାର: ଗୋଟିଏ ତରଫା ଭଲପାଇବା ହେଲା କାଳ । ପ୍ରେମିକା ସହ ପୁରା ପରିବାରକୁ ଅପହରଣ କରିବାକୁ ଚେଷ୍ଟା । ତେବେ ଏହି ଘଟଣାଟି ଘଟିଯାଇଛି ବିହାର ବେଟିଆରେ । ଯେଉଁଠି ସତିଶ ନାମକ ବ୍ୟକ୍ତି ଜଣକ ଏକ ତରଫା ଭାବେ ଭଲ ପାଉଥିବା ଝିଅଟିକୁ ଅପହରଣ କରିବାକୁ ଚେଷ୍ଠା କରିଥିଲା । ଆଜି ସକାଳୁ ସକାଳୁ ପ୍ରେମିକ ଜଣକ ପ୍ରେମିକାର ଘରେ ପଶି ୬ ଘଣ୍ଟା ଧରି ପୁରା ପରିବାରକୁ କବଜା କରି ରଖିଥିଲା । ସେମାନଙ୍କୁ ବଞ୍ଚାଇବା ପାଇଁ ଆସିଥିବା ଦୁଇ ପୋଲିସଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଘର ଭିତରେ ଅଟକାଇ ରଖିଥିଲା । ତେବେ ଦୁଇଜଣ ପୋଲିସ ପଡୋଶୀର ପରିଚୟ ଦେଇଥିଲେ । ଏବଂ ସତିଶକୁ ବୁଝାସୁଝା କରି ଶେଷରେ ସତିଶ କୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଥିଲା।(ରିପୋର୍ଟ:ସୋନାଲି)