ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତକାର ହ୍ୟୁମାନ ଗାଇଲେ ଜଗନ୍ନାଥଙ୍କ ଭଜନ । ଏହି କିଛି ଦିନ ହେବ ତାଙ୍କ ଉପରେ ଲାଗିଥିବା ଅଭିଯୋଗର ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର । ସୂଚନା ମୁତାବକ, ମାହାଙ୍ଗା ମହୋତ୍ସବରେ ଯୋଗ ଦେଇଥିଲେ ହ୍ୟୁମାନ ସାଗର । ସେଠାରେ ତୋ ବିନା ମୋର କିଛି ନାହିଁ, ତୋ ବିନା ମୋର ବଞ୍ଚିବାର ନାହିଁ ,ତତେ କାଳିଆ ଦେଖିବା ପାଇଁ ମୋର ଡୋରି ଲାଗୁନାହିଁ ,ଦଣ୍ଡବତ ହେଲି ମୁଁ କାଳିଆ ପାଇଁ ଏହି ଭଜନଟି ଗାଇଛନ୍ତି ହ୍ୟୁମାନ ସାଗର । ତେବେ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟର କଣ୍ଠଦାନ କରି ସବୁ ବାଦ ବିବାଦ ଅନ୍ତ କରିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତେବେ ସେ ଏକ ନିଦ୍ଧିଷ୍ଟ ଗଣମାଧ୍ୟମ କୁ ସାକ୍ଷାତକାର ଦେବା ବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବାରମ୍ବାର ଟାଗେର୍ଟ କରାଯାଉଛି ବୋଲି ସେ କହିଛନ୍ତି । ଯିଏ ଆଗ ଧାଡିରେ ଥାଏ ଏବଂ ହାଇଲାଇଟରେ ଥାଏ ତାକୁ ଏଭଳି ଭାବେ ପଛକୁ ପକାଇବାକୁ ସବୁବେଳେ ଉଦ୍ୟମ କରାଯାଏ ବୋଲି ହ୍ୟୁମାନ କହଛନ୍ତି। ସେ ୨୦୧୨ ରେ ଏହି ଇଣ୍ଡଷ୍ଟ୍ରିକୁ ଆସିଥିଲେ । ତାଙ୍କର ଗୁରୁ ହେଉଛନ୍ତି ପ୍ରେମାନନ୍ଦ ସାର୍ । ମୁଁ ବହୁ ସଂଘର୍ଷ କରି ସଫଳତା ପାଇଛି । ତେବେ କିଛି ଲୋକ ମୋର ସଫଳତା ସହି ପାରୁନାହାଁନ୍ତି । ତେଣୁ ତାଙ୍କୁ ବାରମ୍ବାର ବିବାଦ ଭିତରକୁ ଟଣା ଯାଉଛି ବୋଲି ହ୍ୟୁମାନ ପ୍ରକାଶ କରିଛନ୍ତି। ଏହାସହିତ ହ୍ୟୁମାନ କହିଛନ୍ତି ମୋ ପରିଶ୍ରମର ଫଳ କେବେ ବୃଥା ଯିବ ନାହିଁ। କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପ୍ରକାଶ କରିଛନ୍ତି। (ରିପୋର୍ଟ:ସୋନାଲି )