ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ଦୁଇ ଦେଶ ଭାରତ-ଜାପାନ ଭିତରେ ସୁସମ୍ପର୍କ ସ୍ଥାପନ କରିଛି ।ମୋଦି ଜାପାନର ରାଜଧାନୀ ଟୋକିଓ ରେ ଥିବା ହୋଟେଲରେ ପହଞ୍ଚିବା ପରେ ଅନେକ ଭାରତୀୟ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ଜଣାଇଥିଲେ । ସ୍ୱାଗତ ବେଳେ ବହୁ ଛୋଟ ଛୋଟ ପିଲା ମଧ୍ୟ ଉପସ୍ଥିତ ଥିଲେ । ଏବଂ ସେମାନେ ମୋଦିଙ୍କ ସହ ହିନ୍ଦି ଭାଷାରେ କଥାବାର୍ତ୍ତା କରିଥିଲେ । ହିନ୍ଦି ଭାଷାରେ ପିଲାମାନେ ଅତି ସୁନ୍ଦର ଭାବେ କହୁଥିବା ଶୁଣି ମୋଦି ପିଲାଙ୍କୁ ପ୍ରଶଂସା ଦେବା ସହ ଅତ୍ୟନ୍ତ ଖୁସି ହୋଇଥିଲେ । ସୂଚନାମୁତାବକ, ନରେନ୍ଦ୍ର ମୋଦି ପ୍ରାୟତଃ ୪୦ ଘଣ୍ଟା ପର୍ଯ୍ୟନ୍ତ ଜାପାନ ରେ ରହିବା ସହିତ ଆସନ୍ତା ୨୪ ରେ କ୍ୱାଡ ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଢିଛି । ଏହି ଚାଳିଶ ଘଣ୍ଟା ଭିତରେ ନରେନ୍ଦ୍ର ମୋଦି ପ୍ରାୟ ୨୩ ଟି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସମେତ ଚୀନ,ଋଷ, ଅଷ୍ଟ୍ରେଲିଆ, ଜାପାନ ର ରାଷ୍ଟ୍ର ମୁଖ୍ୟ ସହ ଦେଖା କରିବେ । କୋଭିଡ ପରେ ବିଶ୍ୱସ୍ତରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଉପରେ କ୍ୱାଡ ବୈଠକରେ ଆଲୋଚନା କରିଯିବ ।ଏହା ସହ ଭାରତ-ପ୍ରଶାନ୍ତ ମହାସାଗର ର ସ୍ଥିରତା ଏବଂ ନିରାପତ୍ତା ପାଇଁ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଉପରେ ଆଲୋଚନା କରାଯିବ । ତେବେ ମୋଦିଙ୍କର ଏହି ଗସ୍ତ ବିଶ୍ୱ ସ୍ତରରେ ଜାପାନ-ଭାରତ ର ସର୍ମ୍ପକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବୋଲି ଜାପାନ ର ଏକ ଖବର କାଗଜରେ ସମ୍ପାଦକୀୟ ପୃଷ୍ଠାରେ ଉଲ୍ଲେଖ କରାଯାଇଛି ।(ରିପୋର୍ଟ:ସୋନାଲି )