ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଲିଉଡ ଇଣ୍ଡଷ୍ଟ୍ରି ଦୁଇ ବହୁ ଚର୍ଚ୍ଚିତ ଚେହାର ହେଉଛନ୍ତି ଅନୁଭବ-ବର୍ଷା । ଏହି ଦୁଇଙ୍କ ଯୋଡି ଓଲିଉଡର ସବୁ ଠାରୁ ଅଧିକ ଲୋକପ୍ରିୟ ଯୋଡି ମଧ୍ୟରୁ ଗୋଟିଏ କହିଲେ ଭୁଲ ହେବ ନାହିଁ। କିନ୍ତୁ ଏହି କିଛି ବର୍ଷ ହେଲାଣି ଉଭୟ ଜଣେ ଅନ୍ୟ ଜଣକ ଉପରେ ଆରୋପ ପ୍ରତ୍ୟାରୋପ ଲାଗାଇ ଚାଲିଛିନ୍ତି । ଗୋଟିଏ ପଟରେ ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା ବେଳେ ଅନ୍ୟପଟେ ବର୍ଷା ମରିବା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ହୋଇ ରହିବାକୁ ଚାହୁଁଛନ୍ତି । ପ୍ରଥମେ ଛାଡପତ୍ର ପିଟିସନ ଅନୁଭବ ଦିଲ୍ଲୀ କୋର୍ଟରେ ଦାଖଲ କରିଥିଲେ । ଏହା ପରଠାରୁ ସାରା ଓଡିଶା ଏହି ଖବର ପାଇ ଆଚମ୍ବିତ ହୋଇଥିଲା । ହେଲେ କୋର୍ଟର ଚାରିକାନ୍ଥ ଭିତରେ ସବୁ କିଛି ସମାଧାନ ହୋଇଯିବ ବୋଲି ସମସ୍ତେ ଆଶା ରଖିଥିଲେ ।
ସମୟକ୍ରମେ ଏହି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ତେବେ ଏହି କିଛି ଦିନ ହେବ ଅନୁଭବ ଦୁଇଟି ଭିଡିଓ ଜାରି କରିଥିଲେ ।ସେହି ଭିଡିଓରେ ସାଂସଦ ଅନୁଭବ ମହାନ୍ତି ତାଙ୍କର ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଭିତରେ ଥିବା ସର୍ମ୍ପକ ବିଷୟରେ ସର୍ବସାଧାରଣରେ କହିବାକୁ ଟିକେ ହେଲେ ଭୟ କିମ୍ବା ସଙ୍କୋଚ କରିନଥିଲେ । ତେବେ ମାମଲା କୋର୍ଟରେ ଥିବା ହେତୁ ଏ ବିଷୟରେ ସର୍ବସାଧାରାଣରେ କହିବା କିମ୍ବା ସୋସିଆଲ ମିଡିଆରେ କହିବା ଭୁଲ୍ ଅଟେ । ତେବେ ଅନୁଭବ ଏଭଳି ଭିଡିଓ ଜାରି କରିଥିବାରୁ ବର୍ଷା ପୁଣି ଥରେ ଏ ନେଇ ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି । ଅନୁଭବ ଏଭଳି ଭିଡିଓ କରି ତାଙ୍କ ନାରୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ତେବେ ଅନୁଭବ ଏଭଳି କାହିଁକି କରୁଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଅନୁଭବ ଭିଡିଓରେ ସଫା ସଫା ଛାଡପତ୍ର ଦରକାର ବୋଲି କହିଛନ୍ତି । (ରିପୋର୍ଟ:ସୋନାଲି)