ସନଷ୍ଟାର ଟିଭି ବ୍ୟୁରୋ
ପଞ୍ଜାବ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଡାକ୍ତରୀ ଯାଞ୍ଚ ପାଇଁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାକୁ ଆଣାଯାଇଥିଲା। ସିଦ୍ଧୁଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାର ସୂଚନା ମିଳୁଛି। ସୂଚନା ମୁତାବକ ସିଦ୍ଧୁ ପ୍ରଥମ ଦିନ ରେ ରାତ୍ରୀ ଭୋଜନ କରିନଥିଲେ। କେବସ ମେଡିସିନ ଗ୍ରହଣ କରିଥିଲେ। ଏହା ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ନଥିବାର ସେ କୋର୍ଟକୁ ସମୟ ମଧ୍ୟ ମାଗିଥିଲେ କିନ୍ତୁ କୋର୍ଟ ତାଙ୍କ ଆବେଦନ କୁ ଖାରଜ କରିଥିଲା। ତେଣୁ ସିଦ୍ଧୁ ଙ୍କୁ ଜେଲ ଆସିବାକୁ ପଡିଥିଲା।ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି ଆଉ ସେ କେଉଁ କାରଣରୁ ମେଡିକାଲ ଆସିଥିଲେ ସମ୍ପୁର୍ଣ୍ଣ ସୂଚନା ମିଳିପାରି ନାହିଁ।
୧୯୮୮ ମସିହା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଉପରେ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ପରେ ସେ ମେ ୨୦ ରେ ପଟିଆଲା କେନ୍ଦ୍ରୀୟ ଜେଲରେ ରହିଥିଲେ।