ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ସୋମବାର ସକାଳେ ଉଚ୍ଚ ବର୍ଷା ସତର୍କତା ଏବଂ ଲଗାତାର ବର୍ଷା ମଧ୍ୟରେ କେଦାରନାଥ ଯାତ୍ରା ସାମୟିକ ଭାବେ ବନ୍ଦ କରାଯାଇଛି ବୋଲି ପୋଲିସ କହିଛି। ଏହାସହ ଭକ୍ତମାନଙ୍କୁ ମନ୍ଦିରକୁ ନଆସିବାକୁ କୁହାଯାଇଛି।
ସର୍କଲ ଅଧିକାରୀ ପ୍ରମୋଦ କୁମାର କହିଛନ୍ତି, “ସକାଳ ଠାରୁ ଅରେଞ୍ଜ ଆଲର୍ଟ ଏବଂ ଲଗାତାର ବର୍ଷା ପରେ ଆମେ ଭକ୍ତମାନଙ୍କୁ ଅଟକାଇ ସେମାନଙ୍କୁ ହୋଟେଲକୁ ଫେରିବା ପାଇଁ ଅନୁରୋଧ କରୁଛୁ। ବର୍ତ୍ତମାନ ମନ୍ଦିରକୁ ଯାଆନ୍ତୁ ନାହିଁ ଏବଂ ସୁରକ୍ଷିତ ରୁହନ୍ତୁ।” ବୋଲି କୁହାଯାଇଛି।
କୋଭିଡ ମହାମାରୀ ହେତୁ ଗତ ଦୁଇ ବର୍ଷ ଧରି ଚାର୍ ଧାମ ଯାତ୍ରା ବନ୍ଦଥିଲା। ଏହି ବର୍ଷ, ଅକ୍ଷୟ ତ୍ରିତିୟା ଅବସରରେ ଏହା ମେ ୩ ରେ ଆରମ୍ଭ ହୋଇଥିଲା। କେଦାରନାଥ ମେ ୬ ରେ ପୁନଃ ଖୋଲିଥିବାବେଳେ ବଦ୍ରିନାଥଙ୍କ ଦ୍ୱାର ମେ ୮ ରେ ଖୋଲିଥିଲା ।