ସନଷ୍ଟାର ଟିଭି ବ୍ୟୁରୋ
ଭଦ୍ରକ: ଧରାପଡିଲେ ଚୋରା ମଦ ବିକ୍ରେତା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତ ଅଧିନ ସେରପୁର ଠାରେ ଚୋରା ମଦ ଯୋଗାଉଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସର ଜିମା ଦେଇଛନ୍ତି । ଚାନ୍ଦବାଲି ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଥିବା ବେଳେ ବ୍ୟବହୃତ ଏକ ସ୍କୁଟି ଗାଡ଼ି ଏବଂ ୨ପେଟି ଚୋରା ଦେଶୀମଦ ଜବତ କରିଛି । ଯୁବକ ଜଣକ ମୌସୁଧା ପଞ୍ଚାୟତ ଅଧୀନ ହରିପୁର ଗ୍ରାମର ୨୫ ବର୍ଷୀୟ ରମେଶ ଚନ୍ଦ୍ର ବଳ ବୋଲି ଜଣାପଡିଛି । (ରିପୋର୍ଟ: ପ୍ରଶାନ୍ତ କୁମାର ପାଣି)