ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଏବେ ସାରା ବିଶ୍ବରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶ୍ବ ସ୍ତରରେ ପ୍ରାୟ ୮୦ ଟି ମାମଲା ଚିହ୍ନଟ ହୋଇଛି। ତେବେ ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ । ତେବେ ଏହା ଏକ ଭୂତାଣୁ ଜନିତ ଜୁନେଟିକ ( ପ୍ରାଣୀଙ୍କଠାରୁ ମନୁଷ୍ୟକୁ ବ୍ୟାପିବା ) ରୋଗ ଏହା ନିଶ୍ଵାସପ୍ରଶ୍ଵାସ ପଥ ସହିତ ମ୍ୟୁକସ୍ ମେମ୍ବେନ୍ ( ନାକ , ଆଖି ଓ ପାଟି ) ଓ ଚର୍ମ ଜରିଆରେ ବ୍ୟାପିଥାଏ । ସାଧାରଣଭାବେ ଏହା କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକାର ସନ୍ତସନ୍ତିଆ ଅଞ୍ଚଳରେ ଦେଖା ଦେଇଥାଏ। ଯାହାକି ଏବେ ଅନ୍ୟ ଦେଶକୁ ଏହା ବ୍ୟାପିଛି । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ଵର , କୁଣ୍ଡେଇ ହେବା ସହିତ ଦେହରେ ଫୁଲା ହୋଇଥାଏ । ରୋଗର ଲକ୍ଷଣ ୨ – ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।
ବର୍ତମାନସୁଦ୍ଧା ୟୁରୋପ ଓ ଆମେରିକାରେ ଶହେରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟକରାଯାଇ ସାରିଲାଣି । ଇଂଲଣ୍ଡ , ପର୍ତ୍ତୁଗାଲ , ଇଟାଲି , ଜର୍ମାନୀ ଓ ଗେନ୍ ଭଳି ରାଷ୍ଟ୍ରରେ ଏହି ରୋଗ ଚିହ୍ନଟ ହୋଇଛି । ମଙ୍ଗିପକ୍ସ ପାଇଁ ବର୍ତ୍ତମାନସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଟିକା ନାହିଁ । ତେବେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ବସନ୍ତ ରୋଗ ପାଇଁ ଉପଲବ୍ଧ ଟିକା ମଙ୍କିପକ୍ବ କ୍ଷେତ୍ରରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇପାରୁଛି ।