ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଅଷ୍ଟ୍ରେଲିଆ ଲେବର ପାର୍ଟି ନେତା ଆନ୍ଥୋନ୍ନୀ ଆଲ୍ବାନିସ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ସୋମବାର ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶନିବାର ନିର୍ବାଚନ ଫଳାଫଳ ପ୍ରକାଶ କାଇଥିବାବେଳେ ଆନ୍ଥୋନ୍ନୀ ଙ୍କ ଦଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ଲିବରାଲ ନ୍ୟାସନାଲ କୋଆଲିସନ୍କୁ ପରାଜିତ କରି ୨୦୦୭ ପରେ କ୍ଷମତାକୁ ଫେରିଛି । ଭୋଟ୍ ଗଣତି ପରେ ମୋରିସନ୍ଙ୍କ ଦଳକୁ ୫୫ ଆସନ ମିଳିଥିବାବେଳେ ଆନ୍ଦୋନୀଙ୍କ ଦଳକୁ ୭୨ ଆସନ ମିଳିଛି । ମଙ୍ଗଳବାର ଦିନ ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ନେତାଙ୍କ ସହ ସେ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସେ ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ସହ ଓ୍ନା ଟୁ ଓ୍ବା ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ସେ ଜୋ ବାଇଡେନ ଏବଂ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିବେକିଶିଦାଙ୍କ ନିମନ୍ତ୍ରଣ କ୍ରମେ କ୍ବାଡ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ୨୩-୨୪ ତାରଖ ରେ ଏକ ସରକାରୀ ଗସ୍ତରେ ଜାପାନ ଗସ୍ତ କରିବେ ବୋଲି ସୂଚନା ମିଳିଛି।