ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଫ୍ଲୁ ଏବେ ଦେଶରେ ବ୍ୟାପିବାରେ ଲାଗିଛି । ଏହି କିଛି ଦିନ ହେବ ଚାରିଆଡେ ଟମାଟୋ ଫ୍ଲୁ ବ୍ୟାପିବାରେ ଲାଗିଛି । ଏହା ଏବେ ଓଡିଶାରେ ମଧ୍ୟ ଦେଖା ଦେବାର ଲାଗିଲାଣି। ଧୀରେ ଧୀରେ ରାଜଧାନୀରେ ମାତିଲାଣି ଟମାଟୋ ଫ୍ଲୁ । ତେବେ ଏଥିପାଇଁ ପୁଣି ଭୟଭିତ ହେଲେଣି ରାଜଧାନୀ ବାସିନ୍ଦା । ଏହି କେତେ ଦିନ ହେବ ରାଜଧାନୀ ରେ ଏକ ନୂଆ ଭାଇରସ ଦେଖାଦେଇଛି ତେବେ ଆଜି ଭୁବନେଶ୍ୱର ସ୍ଥିତି ଏମସ୍ ହସ୍ପପିଟାକୁ ୪ରୁ ୫ ଜଣ ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ ଆସିଛନ୍ତି । ତେବେ ଏହି ଫ୍ଲୁ ପ୍ରାୟତଃ ୫ ବର୍ଷ କିମ୍ବା ୫ ବର୍ଷ ରୁ କମ୍ ପିଲାମାନଙ୍କ ପାଖରେ ଦେଖା ଦେଇଛି । ତେବେ ଏହି ଫ୍ଲୁର ଲକ୍ଷଣ ହେଉଛି , ପିଲାମାନଙ୍କ ଦେହରେ ନାଲି ନାଲି ଫଳି ଯିବା, ଜ୍ୱର ହେବା, ପିଲାମାନେ ଠିକ୍ ସେ ନ ଖାଇବା, ବାନ୍ତି ହେବା ଇତ୍ୟାଦି। ତେବେ ଏହାକୁ ନେଇ କୌଣସି ଆଡଭାଇଜାରି ଏ ପର୍ଯ୍ୟନ୍ତ ଜାରି କରାଯାଇ ନାହିଁ । କିନ୍ତୁ ଏହାକୁ ନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।