ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:  ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧବାର୍ଷୀକି। ଆଜି କଂଗ୍ରେସ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛ। ତେବେ ଏଥି ପାଇଁ ରାହୁଲ ଗାନ୍ଧୀ ରାଜୀବ ଗାନ୍ଧୀଙ୍କ ଭାଷଣର ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ଛାଡିଛନ୍ତି। ସେ ଲେଖିଛନ୍ତି, “ମୋ ବାପା ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଯାହାଙ୍କର ନୀତି ଆଧୁନିକ ଭାରତ ଗଠନ କରିବାରେ ସାହାଯ୍ୟ କରିଥିଲା। ରାହୁଲ କହିଛନ୍ତି। ମୁଁ ସେହି ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତିବଦ୍ଧ। ଏକବିଂଶ ଶତାବ୍ଦୀର ଭାରତ ପାଇଁ ରାଜୀବ ଏକ ଦିଗଦର୍ଶନ ଥିଲେ। ଟେଲି ଯୋଗାଯୋଗ ପଞ୍ଚାୟତରାଜ ପାଇଁ, ମହିଳାମାନଙ୍କୁ ରାଜନୀତିର ସୋତ୍ରରେ ସାମିଲ କରିବା ତାଙ୍କର ଏକ ଦୂରଦୃଷ୍ଟି ଥିଲା। ତାଙ୍କର ବଡ଼ ସ୍ୱପ୍ନ ଥିଲା ଏବଂ କଂଗ୍ରେସ ଦଳ ଭାରତ ପାଇଁ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାରେ ସାହାଯ୍ୟ କଲା। ସେ ଲୋକମାନଙ୍କୁ ସଶକ୍ତ କରାଇବାକୁ ଚାହୁଁଥିଲେ।

ଏହାସହିତ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ସେ ଜଣେ ଦୟାଳୁ ବ୍ୟକ୍ତି ଥିଲେ। , ଯିଏ ଆମକୁ କ୍ଷମା ଏବଂ ସହାନୁଭୂତିର ମୂଲ୍ୟ ଶିଖାଇଥିଲେ। ମୁଁ ତାଙ୍କୁ ଅତିଶୟ ମନେ ପକାଉଛି ଏବଂ ଆମେ ଏକାଠି ବିତାଇଥିବା ସମୟକୁ ମଧ୍ୟ ଅତ୍ୟନ୍ତ ମନେ ସ୍ମରଣ କରୁଛି।ମେ ୨୧, ୧୯୯୧ ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ତେବେ ଆଜି କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।