ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପଞ୍ଜାବର ପଟିଆଲା ଜେଲରେ କଂଗ୍ରେସ ନେତା ନବଜୋତ ସିଦ୍ଧୁ ପ୍ରଥମ ରାତିରେ ରାତ୍ରୀ ଭୋଜନ କରିନାହାଁନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ୧୯୮୮ର ମାମଲାରେ ସିଦ୍ଧୁଙ୍କୁ ଗୁରୁବାର ସୁପ୍ରିମକୋର୍ଟ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।
ନବଜୋତ ସିଦ୍ଧୁ ବର୍ତ୍ତମାନ ବ୍ୟାରେକ ନଂ୧୦ ପଞ୍ଜାବର ପଟିଆଲାର କେନ୍ଦ୍ରୀୟ ଜେଲରେ ରହିଛନ୍ତି। ସେ ଅନ୍ୟ ଚାରିଜଣ ଅନ୍ତେବାସୀଙ୍କ ସହ ବ୍ୟାରେକ୍ ବାଣ୍ଟୁଛନ୍ତି। ତାଙ୍କର ପ୍ରଥମ ରାତିରେ ସିଦ୍ଧୁ ପ୍ରଥମ ରାତିରେ ଭୋଜନ ଛାଡି କେବଳ ଔଷଧ ଖାଇଥିଲେ । ସୂଚନାମୁତାବକ ୧୯୮୮ ମାମଲା ରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବର ପଟିଆଲା କୋର୍ଟରେ ପହଞ୍ଚିଛନ୍ତି। ତିନି ଦଶନ୍ଧି ପୁରୁଣା ସଡ଼କ ରାଗ ମାମଲାରେ ଗତକାଲି ସୁପ୍ରିମକୋର୍ଟ ତାଙ୍କ ଉପରେ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ତେବେ ସିଦ୍ଧୁ ଏଥିପାଇଁ ସମୟ ମାଗିଥିଲେ । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ସମୟ ମାଗିଥିଲେ। କିନ୍ତୁ ତାଙ୍କର ଏହି ଆବେଦନ କୁ ଖାରଜ କରାଗଲା। ବର୍ତ୍ତମାନ ସେ ଏବେ ଜେଲରେ ଅଛନ୍ତି।