ସନଷ୍ଟାର ଟିଭି ବ୍ୟୁରୋ
ପାଟନା: ଗୁରୁବାର ଦିନ ବିହାରର ବିଭିନ୍ନ ସ୍ଥାନରେ ହୋଇଥିବା କୁଆପଥର ମାଡରେ ମୋଟ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଭାଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୁଜାଫରପୁରରେ ୬ ଜଣ ଏବଂ ସାରନ ଏବଂ ଲାଖାଇସରାଇରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।ସିଏମ୍ ନୀତୀଶ କୁମାର ଶୁକ୍ରବାର ଦିନ କୁଆପଥର ମାଡରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରାଣ ହରାଇବାରୁ ଦୁଃଖ ପ୍ରକାଶ କରି ସିଏମ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବିତ ପରିବାର ପାଇଁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୧୬ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯାଇଛି। ଅନ୍ୟ ପରିବାର ସଦସ୍ୟଙ୍କୁ ଶୀଘ୍ର ରାଶି ମିଳିବ ବୋଲି ଡେପୁଟି ସିଏମ୍ ରେନୁ ଦେବୀ ସୂଚନା ଦେଇଛନ୍ତି।