ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଏଣିକି ବିଶ୍ବ ବିଦ୍ୟାଳୟରୁ ହଟିବ ସେଲ୍ଫ ଫାଇନାନ୍ସ କୋର୍ସ। ଉତ୍କଳ ବିଶ୍ବ ବିଦ୍ୟାଳୟ ପରେ ଏବେ ରେଭେନ୍ସାରେ ମଧ୍ୟ ଏହି କଟକଣା ଲାଗୁ କରାଯିବ। କେବଳ ଏତିକି ନୁହେଁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ମଧ୍ୟ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସିଟ ସଂଖ୍ୟାକୁ ମଧ୍ୟ ହ୍ରାସ କରାଯାଇଛି। ଏହା ସହିତ ରେଭେନ୍ସାରେ ମଧ୍ୟ ୨୦ ପ୍ରତିଶତ ସିଟ କମାଇବାକୁ ନିଷ୍ପତ୍ତି ନିଆଯାଇଛି। ବାରିପଦା ସ୍ଥିତ ବିଶ୍ବବିଦ୍ୟାଳୟ ଏଥିପାଇଁ ଗୋଟିଏ ବର୍ଷ ସମୟ ମାଗିଛନ୍ତି। ତେବେ ବନ୍ଦ ହେବାକୁ ଥିବା ସେଲ୍ଫ ଫାଇନାନ୍ସ କୋର୍ସ ମଧ୍ୟରେ ବିଏସସି ନର୍ସିଂ, ରୁରାଲ ଡେଭଲ୍ପମେଣ୍ଟ, ମାଷ୍ଟର ଇନ ସୋସିଆଲ ସାଇନ୍ସ, ଏମଟେକ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ ପାଠ୍ୟକ୍ରମ ମଧ୍ୟ ବନ୍ଦ କରାଯିବ।