ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:୧୯୮୮ ସଡକ ରାଗ ମାମଲା ରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବର ପଟିଆଲା କୋର୍ଟରେ ପହଞ୍ଚିଛନ୍ତି। ତିନି ଦଶନ୍ଧି ପୁରୁଣା ସଡ଼କ ରାଗ ମାମଲାରେ ଗତକାଲି ସୁପ୍ରିମକୋର୍ଟ ତାଙ୍କ ଉପରେ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ତେବେ ସିଦ୍ଧୁ ଏଥିପାଇଁ ସମୟ ମାଗିଥିଲେ । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ସମୟ ମାଗିଥିଲେ। କିନ୍ତୁ ତାଙ୍କର ଏହି ଆବେଦନ କୁ ଖାରଜ କରାଗଲା।