ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ପ୍ରେମର ସଂଜ୍ଞା ବଦଳାଇବେ ନୂଆ ଯୋଡି। ଭଲପାଇବାକୁ ନୂଆରୁପ ଦେବେ ମଲାଇକା ଓ ଅର୍ଜୁନ । ଯାହ ଏବେ ଶୁଣିବାକୁ ମିଳୁଛି ଖୁବ୍ ଶ୍ରୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଏହି ବଲିଉଡ ପ୍ରେମୀ ଯୁଗଳ । ଆଗାମୀ କିଛି ଦିନ ଭିତରେ କରିବେ ବିବାହ । ବହୁ ସମୟ ଧରି ଚର୍ଚ୍ଚାରେ ରହିଆସୁଥିବା ବଲିଉଡ ପ୍ରେମୀ ଯୁଗଳ ମଲାଇକା ଅରୋରା ଓ ଅର୍ଜୁନ କପୁର ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କଥା ଏବେ ଖୁବ ଚର୍ଚ୍ଚା ହେଉଛି । ସବୁବେଳେ ବିବାଦ ସହ ଚର୍ଚ୍ଚା ରହିଆସୁଥିବା ଏହି ଦମ୍ପତି ଖୁବ୍ ଶ୍ରୀଘ୍ର କରିବେ ବିବାହ । ତେବେ ଉଭୟ ମଲାଇକା ଓ ଅର୍ଜୁନ ଏବେ ଏହି ବିବାହ ପାଇଁ ପ୍ରସ୍ତୁତ । ହେଲେ ଏ ପଯ୍ୟନ୍ତ ଏହା ଉପରେ କୌଣସି ଅଫିସିଆଲ୍ ମୋହର ଲଗାଇନାହାନ୍ତି ।

ବଲିଉଡ ସୂଚନା ଅନୂଯାୟୀ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ବିବାହ କରିପାରନ୍ତି ଏହି ଦମ୍ପତ୍ତି । ମଲାଇକା ଓ ଅର୍ଜୁନ ଦୁହେଁ ପ୍ରେମରେ ପଡବା ଦିନଠାରୁ ଦୁହିଁଙ୍କର ଫଟୋ ପ୍ରାୟତଃ ସବୁ ବେଳେ ପ୍ରଶଂସକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ତେବେ କିଛି ଦେଖଣା ହାରୀ ସେହି ଫଟୋ କୁ ପସନ୍ଦ କରିବା ବେଳେ କିଛି ଲୋକେ ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି । ଏଭଳି ବହୁବାର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ହଟହଟା ହୋଇଛନ୍ତି ଏହି ପ୍ରେମୀ ଯୁଗଳ । ତେବେ ସବୁ ବାଦ ବିବାଦ ଭିତରେ ଏବେ ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାର ସୂଚନା ମଳିଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଖବର ଅନୂଯାୟୀ , ବିବାହରେ ବହୁ କମ୍ ଅତିଥିଙ୍କ ସହ ଉଭୟଙ୍କ ପରିବାରର ଲୋକଙ୍କ ଉପସ୍ଥିତିରେ ହେବ ବୋଲି ଜଣାପଡିଛି । ଏହି ବିବାହକୁ ନେଇ ପ୍ରଶଂସକମାନେ ଏବେ ଭିନ୍ନ ମତ ଦେଉଥିବାର ଦେଖିବାକୁ ମିଳୁଛି। ତେବେ ସମ୍ପର୍କ ଗଢ଼ି ହେବା ଦିନରୁ ସବୁ ବେଳେ ବିବାଦରେ ଥିବା ଏହି ଯୋଡି ଆଗକୁ କେଉଁ ଦିଗରେ ଯିବେ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର।