ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ତିନି ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛି। ଏହାସହିତ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଡିସେମ୍ବର ୨୭, ୧୯୮୮ ରେ ସିଦ୍ଧୁ ଜଣେ ଗୁରୁନମ ସିଂଙ୍କୁ ତାଙ୍କ ମୁଣ୍ଡରେ ଆଘାତ କରିଥିଲେ। ଯେଉଁଥିରେ ପୀଡିତାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ହୋଇଥିଲା। ତେବେ ଏହି କାରଣରୁ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡ ଦିଆଯାଇଛି। ସୂଚନାମୁତାବକ ପାର୍କିଙ୍ଗ କୁ ନେଇ ବୃଦ୍ଧାଙ୍କ ସହିତ ସିଦ୍ଧୁଙ୍କର ବଚସା ହୋଇଥିଲା। ଯେଉଁଥିରେ ସିଦ୍ଧୁ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟ ହୋଇଥିଲ।।