ସନଷ୍ଟାର ଟିଭି ବ୍ୟୁରୋ

ହାଇଦ୍ରାବାଦ: ପୁଣି ବକ୍ସଅଫିସ୍ ରେ ନୂଆ ରେକଡ୍ ସୃଷ୍ଟି କଲା ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ‘ସାର୍କାରୁ ଭାରୀ ପାଟ୍ଟା’। ତେବେ ଏହି ଫିଲ୍ମ ମାତ୍ର ପାଞ୍ଚ ଦିନ ଭିତରେ ୧୦୦ କୋଟି ଟଙ୍କାର ବ୍ୟବସାୟ କରି ୧୦୦ କୋଟି କ୍ଲବରେ ପହଞ୍ଚିଛି। ଏ ଫିଲ୍ମକୁ ଲଗେଇ ମହେଶ ବାବୁଙ୍କ ଏହା ଚାରି ନମ୍ବର ଫିଲ୍ମ ଯାହାକି ଲଗାତାର ଭାବରେ ୧୦୦ କୋଟି ଟଙ୍କାର ଆୟକାରୀ ଚଳଚ୍ଚିତ୍ରରେ ପରିଣତ ହୋଇଛି ।‘ସାର୍କାରୁ ଭାରୀ ପାଟ୍ଟା’ ଫିଲ୍ମଟି ଆରଆରଆର ଏବଂ ପୁଷ୍ପା ଭଳି ଭଲ ଆୟ କରିବ ବୋଲି ଆଶା କରାଯାଉଛି । ତେବେ ମହେଶ ବାବୁଙ୍କ ବଲିଉଡରେ କାର୍ଯ୍ୟ କରିବାକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଥିବା ବେଳେ ଏହି ଷ୍ଟାରଙ୍କ ଖୁବ ଅଧିକ ପ୍ରଶଂସକ ରହିଛନ୍ତି। ଯାହାଫଳରେ କେବଳ ୫ଦିନରେ ଏହି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛି।(ରିପୋର୍ଟ:ସୋନାଲି)