ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିନ କୁ ଦିନ ଦେଶରେ ଦରଦାମ କମିବା ବଦଳରେ ବଢି ବଢି ଚାଲିଛି । ଏହାଭିତରେ ପୁଣି ଥରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି । ଚଳିତ ମାସରେ ଏଲପିଜି ଦର ପୁଣି ଥରେ ବୃଦ୍ଧି ପାଇଛି । ଘରୋଇ ଏଲପିଜି ର ଦାମ ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବେଳେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୮ ଟଙ୍କା ବୃଦ୍ଧି ପାଇଛି। ତେବେ ଏହି ଦର ବୃଦ୍ଧି ପରେ ଭୁବନେଶ୍ୱର ଘରୋଇ ସିଲିଣ୍ଡର ପିଛା ୧୦୨୬ ରୁ ବଢି ୧୦୨୯ ଟଙ୍କା ୫୦ ପଇସା ରେ ପହଞ୍ଚିଛି । ଏବଂ କଟକ ରେ ଏହି ଦର ୧୦୨୬ ଟଙ୍କା ୫୦ ପଇସା ରୁ ବଢି ୧୦୨୯ ଟଙ୍କା ୫୦ ପଇସାରେ ପହଞ୍ଚିଛି । ଏହା ସହ ଦିଲ୍ଲୀରେ ଏହି ଦର ୧୦୦୦ରୁ ବଢି ୧୦୦୩ ଟଙ୍କାରେ ପହଞ୍ଚିଛି । ତେବେ ଏଭଳି ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କଲାଣି । ଏମିତି ଦରଦାମ ବଢି ଚାଲିବ ନା ଏହାର କିଛି ସମାଧାନ କରାଯିବ । ଏମିତି ଦରଦାମ ବଢିବା ର ତାତ୍ପର୍ଯ୍ୟ କ’ଣ । ଏହା କୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ଉଭୟ ଚିନ୍ତା କରିବା ଆବଶ୍ୟକ ।ସୂଚନା ମୁତାବକ ଚଳିତ ମାସ ଗତ ସାତ ତାରିଖରେ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାକୁ ନେଇ ସାଧାରଣ ନାଗରିକ ଏବେ ଚିନ୍ତାଗ୍ରସ୍ତ ହୋଇ ପଡିଲେଣି । (ରିର୍ପୋଟ: ସୋନାଲି)