ସନଷ୍ଟାର ଟିଭି ବ୍ୟୁରୋ

ପୁରୀ: ଆସୁଛି ରଥଯାତ୍ରା। ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ରଥଖଳାରେ ବର୍ତ୍ତମାନ ସୁଦ୍ଧା ତିନିରଥର ୧୫ ଗୋଟି ରଥ ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ରଥର ୫ଗୋଟି,ଦେବଦଳନ ରଥର୪ଗୋଟି ଏବଂ ନନ୍ଦିଘୋଷ ରଥର ୬ଗୋଟି ଏତତ୍ ବ୍ୟତୀତ ତିନିରଥର ଆଉ ଦୁଇଦୁଇଟି ତୁମ୍ବ ରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ,ତୁମ୍ବ ରେ ଅଖବିନ୍ଧ,ପଇବିନ୍ଧ କାର୍ଯ୍ୟହେଉଅଛି।

ଏତତ୍ ବ୍ୟତୀତ ତିନି ରଥର ତିଖ ଗୁଜ,ଜଳଯନ୍ତ୍ର ଏବଂ କୁଡୁକା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହାସହିତ ଦୋଳବେଦୀ ଅସ୍ଥାଇ କମାର ଶାଳରେ ତିନିରଥର ଓଝା ସେବକ ମାନେ ତିନିରଥ ପାଇଁ ପଂଦାରୀ,ବଳା ଏବଂ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।ଜୋର ସୋର ଚାଲିଛି ରଥ କାର୍ଯ୍ୟ। ଚଳିତ ବର୍ଷ ଭକ୍ତ ମାନଙ୍କୁ ରଥଯାତ୍ରାରେ ରଥ ଟାଣିବାକୁ ଅନୁମତି ମିଳିଥିବା ବେଳେ ଜଗାକୁ ଦେଖିବା ପାଇଁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ।