ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତ-ବାଙ୍ଗାଲାଦେଶ ମଧ୍ୟରେ ପୁନଃ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ଥାପନା କରିବେ ଭାରତୀୟ ରେଳବାଇ । ଏହି ସେବା କୋଭିଡ-୧୯ ର ବିସ୍ତାର ଯୋଗୁ ୨୦୨୦ସ୍ଥଗିତ ରଖାଯାଇଥିଲା । ସତର୍କତାମୂଳକ ପଦକ୍ଷେପ ଭାବରେ କୋଲକାତା ଏବଂ ବାଙ୍ଗାଲାଦେଶର ସହର ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା । ସୂଚନାମୁତାବକ, ଭାରତ ଏବଂ ବାଙ୍ଗାଲାଦେଶ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ସେବା ଆସନ୍ତା ୨୯ ତାରିଖରୁ ପୁନଃ ଆରମ୍ଭ କରାଯିବ । ଭାରତ-ବାଙ୍ଗଲାଦେଶ ରେଳ ମନ୍ତ୍ରୀମାନେ ରେଳ ଭବନରୁ ମିତାଲି ଏକ୍ସପ୍ରେସର ସେବା ଜୁନ୍ ୧ ରୁ ଆରମ୍ଭ କରାଯିବ । (ରିପୋର୍ଟ:ସୋନାଲି)