ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ହୋଇଚାଲିଛି। ଯେଉଁଠାରେ ବିହାର ସ୍କୁଲର ଦୁଇଜଣ ଶିକ୍ଷକ ସମାନ ଶ୍ରେଣୀଗୃହରେ ଏକାସାଙ୍ଗରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି। ତେବେ ଆପଣ ଭାବୁଥିବେ ପାଠ ପଢ଼ା ଭିଡିଓଟି ଭାଇରାଲ ହେବାର କାରଣ କଣ ତେବେ ଏହା ପଛର କାରଣ ହେଉଛି, ଛାତ୍ରମାନଙ୍କୁ ଏକ ସମୟରେ ଦୁଇଟି ଭିନ୍ନ ବିଷୟ ଶିକ୍ଷା ଦିଆଯାଉଛି। ଶ୍ରେଣୀଗୃହର ଜଣେ ଶିକ୍ଷକ ହିନ୍ଦୀ ଶିକ୍ଷା ଦେଉଥିବା ବେଳେ ଅନ୍ୟଟି ଉର୍ଦ୍ଦୁ ଭାଷା ଶିକ୍ଷା କରାଯାଉଛି ଆଉ ସେ ପୁଣି ସମାନ ବ୍ଲାକବୋର୍ଡରେ।
ଏହାସହିତ ଜଣେ ବରିଷ୍ଠ ଶିକ୍ଷକ ତାଙ୍କ ଡେସ୍କରେ ବାଡ଼ି ବାଡ଼େଇ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଭିଡିଓରେ ହିନ୍ଦୀ ଶିକ୍ଷକଙ୍କୁ କୁମାରି ପ୍ରିୟଙ୍କା ବୋଲି ଚିହ୍ନଟ କରିଛି। ସେ କହିଛନ୍ତି, “ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟକୁ ୨୦୧୭ ରେ ଶିକ୍ଷା ବିଭାଗ ଦ୍ବାରା ଆମ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଶିକ୍ଷକମାନେ ଗୋଟିଏ ଶ୍ରେଣୀଗୃହରେ ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଶିକ୍ଷା ଦିଅନ୍ତି। ଶିକ୍ଷକ ଆହୁରି ବିସ୍ତୃତ ଭାବରେ କହିଛନ୍ତି ଯେ ସମାନ ବ୍ଲାକବୋର୍ଡର ଅଧା ଉପରେ ହିନ୍ଦୀ ଶିକ୍ଷା ଦେଉଛନ୍ତି। ଆମ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ ଏବଂ ଏହି କାରଣରୁ ଆମେ ଗୋଟିଏ କୋଠରୀରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଉଛୁ।ପଚରାଯାଇଥିବା ବିଦ୍ୟାଳୟ ହେଉଛି ବିହାରର କାଟିହାରର ଆଦର୍ଶ ମିଡିଲ୍ ସ୍କୁଲର। ଏଠାରେ କମ ସଂଖ୍ୟକ ପିଲା ନାମ ଲେଖାଉଥିବାରୁ ଏଠାରେ ଏଭଳି ଅସୁବିଧା ଦେଖିବାକୁ ମିଳେ। ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରାଯାଇଛି।