ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୫୬୯ ଟି ନୂଆ କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସର୍ବଶେଷ ମୃତ୍ୟୁ ସଂଖ୍ୟା ୫,୨୪,୨୬୦ କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ସକ୍ରିୟ ମାମଲା ୧୬,୪୦୦ ରହିଛି। ଗୋଟିଏ ଦିନ ପୂର୍ବରୁ ଦେଶରେ ୨,୨୦୨ ଟି ନୂଆ ମାମଲା ଚିହ୍ନଟ ହେବା ସହିତ ୨୭ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଥିଲା।
ସକ୍ରିୟ ସଂକ୍ରମଣରେ ମୋଟ ସଂକ୍ରମଣର ୦.୦୪ ପ୍ରତିଶତ ଥିବାବେଳେ ଜାତୀୟ କୋଭିଡ ରିକୋଭରି ହାର ୯୮.୭୪ ପ୍ରତିଶତ ରେକର୍ଡ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ କରୋନାର ପ୍ରକୋପ ଧୀରେ ଧୀରେ ବଢ଼ିବାର ଲାଗିଲାଣି। ତେଣୁ କଟକଣା କୁ ସଠିକ ଭାବରେ ପାଳନ କରିବା ଆବଶ୍ୟକ।