ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗତକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତରେ ଯାଇ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ଏହାପରେ ମନ୍ଦିର ପ୍ରଶାସନିକ କୋଠା,ପ୍ରସାଦ ସେବନ ହଲ, ଇଣ୍ଟରପ୍ରିଟେସନ ହଲ ଆଦିକୁ ଉଦଘାଟନ କରିବେ। ଏହାପରେ ଦିନ ୧୧ ଘଟିକା ସମୟରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ତେବେ ଏହି ପ୍ରତିଷ୍ଠା ଦିବସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ମୁଖ୍ୟମନ୍ତ୍ରୀଙ୍କର ଗସ୍ତକୁ ନେଇ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି।