ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ବିମାନରେ ବ୍ୟବହାର କରାଯାଉଥିବା ଇନ୍ଧନ ( ଏଟିଏଫ ) ମୂଲ୍ୟ କିଲୋ ଲିଟର ପିଛା ୬୧୮୮.୨୫ ଟଙ୍କା ଅଥବା ୫.୨୯ % ବୃଦ୍ଧି କରାଯାଇଛି। ଯାହା ପାଇଁ ରାଜଧାନୀ ଦିଲ୍ଲୀରେ ସୋମବାର ଏଟିଏଫ୍ କିଲୋ ଲିଟର ପିଛା ମୂଲ୍ୟ ୧ , ୨୩ , ୦୩୯ , ୭୧ ଟଙ୍କାରେ ପହଞ୍ଚିଛି । ଯେତେ ବେଳେ ବିମାନ ଇନ୍ଧନ ବୃଦ୍ଧି ପାଇଛି ଏହି କାରଣରୁ ବିମାନ ଭଡା ବୃଦ୍ଧି ପାଇବା ନିଶ୍ଚିତ ହୋଇଯାଇଛି । ଚଳିତ ବର୍ଷ ଏଟିଏଫ୍ ମୂଲ୍ୟରେ ଏହାକୁ ମିଶାଇ ୧୦ ଥର ବୃଦ୍ଧି କରାଯାଇସାରିଲାଣି । ସାରା ଦେଶରେ ଦର ବୃଦ୍ଧି ଜନତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । କେବଳ ଏତିକି ନୁହେଁ ଏଲପିଜିର ଦରମଧ୍ୟ ଚଢ଼ା ରହିଛି।