ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ପରିଦର୍ଶନ ପାଇଁ ନେପାଳରେ ପହଞ୍ଚିଛନ୍ତି ଏବଂ ଜଳ ବିଦ୍ୟୁତ୍, ବିକାଶ ଏବଂ ସଂଯୋଗ ସମେତ ଏକାଧିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବିସ୍ତାର ପାଇଁ ନେପାଳର ପ୍ରତିପକ୍ଷ ଶେର୍ ବାହାଦୂର ଦେଓବାଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି।
ଆଜି ବୁଦ୍ଧ ପୂର୍ଣ୍ଣିମା ହୋଇଥିବାରୁ ନେପାଳରେ ମଧ୍ୟ ବିଶେଷ ଉତ୍ସବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନେପାଳରେ ପହଞ୍ଚିବା ପରେ ନେପାଳରେ ଅବତରଣ କଲି ବୋଲି ଟ୍ବିଟ କରିଛନ୍ତି। ଲୁମ୍ବିନିରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଅପେକ୍ଷା କରି ରହିଛନ୍ତି ବୋଲି ମୋଦୀ ଟ୍ୱିଟ କରିଛନ୍ତି।ଦେଓବାଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲମ୍ବିନି ଗସ୍ତରେ ଆସୁଛନ୍ତି। ୨୦୧୪ ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ନେପାଳ ଗସ୍ତ। ମୋଦୀ ଏବଂ ତାଙ୍କ ସାଥୀମାନେ ଉତ୍ତରପ୍ରଦେଶର କୁଶୀନଗରରୁ ଏକ ସ୍ୱତନ୍ତ୍ର ଭାରତୀୟ ବାୟୁସେନା ହେଲିକପ୍ଟରରେ ଏଠାକୁ ଆସିଛନ୍ତି।