ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଗକୁ ହେବାକୁ ଯାଉଛି ସମବାୟ ନିର୍ବାଚନ। ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବ ଏହି ସମବାୟ ନିର୍ବାଚନ । ଏଥି ପାଇଁ ଦଳର ବରିଷ୍ଠ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହି ନିର୍ବାଚନ ପରିଚାଳନା ପାଇଁ ଏକ ୭ଜଣିଆ କମିଠି ଗଠନ କରାଯାଇଛି। ଚାଷୀ ଓ ପ୍ୟାକ୍ସର କର୍ମକର୍ତ୍ତାଙ୍କୁ କମିଟିରେ ଯୋଡାଯିବ । ଉପନିର୍ବାଚନରେ ବିରୋଧୀଙ୍କୁ ଚକମା ଦେବା ପାଇଁ ପୁରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏଥିପାଇଁ ବିଭିନ୍ନ ଟିମ୍ ଗଠନ କରି ମଇଦାନ ରେ ଛାଇ ଦେଇଛି ଦଳ । କେନ୍ଦ୍ରୀୟ ଟିମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ରହିଛନ୍ତି। ସେହି ଭଳି ନିର୍ବାଚନ ମଣ୍ଡଳୀର ସମ୍ପୁର୍ଣ୍ଣ ଦାଇତ୍ବ ଦିଆଯାଇଛି ନବ କିଶୋର ଦାସଙ୍କ ଉପରେ। ଏହାସହିତ ପର୍ଯ୍ୟବେକ୍ଷକ ଦାଇତ୍ବରେ କଟକ ମେୟର ସୁବାସ ସିଂ, ଏବଂ ସହ- ପର୍ଯ୍ୟବେକ୍ଷକ ଭାବେ ବିଷ୍ଣୁ ପ୍ରସାଦ କେଡିଆଙ୍କୁ ଦାଇତ୍ବ ଦିଆଯାଇଛି।