ସନଷ୍ଟାର ଟିଭି ବ୍ୟୁରୋ
ଲମତାପୁଟ:ମାଲକାନଗିରି ଏସ.ଡି.ପିଓ ଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲ ଗ୍ରାମରେ ଗଞ୍ଜେଇ ରହିଥିବା ନେଇ ରାତି ଅଧିଆ ଚଡାଉ କରିଥିଲା ମାଲକାନଗିରି ପୁଲିସର ଏକ ଟିମ । ପୋଲିସ ବିନା ଡ୍ରେସରେ ରହିଥିବା ଯୋଗୁଁ ଗ୍ରାମବାସୀ ବାସୀଙ୍କ ଦ୍ୱାରା ନିର୍ଧୂମ ଚେଛା ଖାଇଲେ । ପୋଲିସ ବିନା ଡ୍ରେସରେ ମଟର ସାଇକେଲରେ ଆସି ଅଚନାକ ଗ୍ରାମରେ ପ୍ରବେଶ କରି ଛଡ଼ାଉ ଆରମ୍ଭ କରିଥିଲା । ଗ୍ରାମଲୋକେ ଲୋକଙ୍କ ବିରୋଧରେ ପୁଲିସ ଛତ୍ର ଭଙ୍ଗ ହେଇଥିଲା ବେଳେ ଜଣେ ଗାଁ ଲୋକଙ୍କ ହାବୁଡରେ ପଡି ଛେଚା ବି ଖାଇଲେ । ସୂଚନା ପାଇ ମାଛକୁଣ୍ଡ ପୁଲିସ ଯାଇ ଉଦ୍ଧାର କରି ମାଲକାନଗିରି ପୁଲିସକୁ ହସ୍ତାନ୍ତର କଲେ । ପୋଲିସ ବିନା ଡ୍ରେସ ରେ ଅତର୍କିତ ଛଡ଼ାଉ ଯୋଗୁଁ ଚୋର ଭାବି ପୁଲିସକୁ ଗାଁ ଲୋକେ ମାଡ ମାରିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । (ରିପୋର୍ଟ:ବେଙ୍କଟସ ରାଓ)