ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାର ଲାଗିଛି । ଆଜିକୁ ୭୭ ଦିନ ହେବ ଏହି ଯୁଦ୍ଧ ଲାଗି ରହିଛି ।ଋଷ-ୟୁକ୍ରେନର ଯୁଦ୍ଧ ଉପରେ ଆମେରିକୀୟ ଗୁପ୍ତଚର ସଂସ୍ଥା ଏକ ଭୟଙ୍କର ଆକଳନ କରିଛି। ଯଦି ଆଗକୁ ଯୁଦ୍ଧରେ ଋଷର ସତ୍ତା ଉପରେ କୌଣସି ବିପଦର ଆଶଙ୍କା ହୁଏ । ତେବେ ପୁଟିନ ନିଶ୍ଚିତ ପରମାଣୁ ବୋମା ପକାଇବେ ବୋଲି ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଆଭ୍ରିଲ୍ ହେନସ୍ କହିଛନ୍ତି । ଏହାକୁ ନେଇ ପୁଟିନ ମଧ୍ୟ କିଛି ଦିନ ପୂର୍ବରୁ ଋଷରେ ପାଳିତ ହୋଇଥିବା ଜାତୀୟ ଦିବସରେ ସଙ୍କେତ ଦେଇଥିଲେ ।ସେ କହିଥିଲେ ଯେ ଋଷର ଆତ୍ମରକ୍ଷା କରିବା ଆମର ଦାୟତ୍ବ । ତେବେ ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ନାଟେ, ଆମେରିକା ଏବଂ ୟୁରୋପ ଭଳି କଛି ଦେଶର ହସ୍ତକ୍ଷପ ଯୁଦ୍ଧକୁ ତୀବ୍ର କରୁଛି । ଏଭଳି ସ୍ଥିତିରେ ଯଦି କୌଣସି ଦେଶ ୟୁକ୍ରେନକୁ ସହାୟତା କରେ ତେବେ ଏହାର ପରିଣାମ ପରମାଣୁ ବୋମା ବୋଲି ଋଷ ଚେତାବନୀ ହେଇଛି । ଏହି ଚେତାବନୀ ଆମେରିକା କୁ ନଜରରେ ରଖି ଦେଇଥିବା ସୂଚନା ମିଳିଛି । ଋଷ ପାଖରେ ପରମାଣୁ ଏବଂ ନ୍ୟୁକ୍ଲିଆର ବୋମାର କୌଣସି ଅଭାବ ନାହିଁ । ଏହା ସାର ବିଶ୍ବ ଭଲ ଭାବରେ ଜାଣିଛି । ଯଦି ପରମାଣୁ ବୋମା ପଡେ ତେବେ ଏହା ସାରା ବିଶ୍ବ ପାଇଁ ଘାତକ ହେବ । ୟୁକ୍ରେନ-ଋଷ ଭିତରେ ଲାଗିଥିବା ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ଏହା ସାରା ବିଶ୍ବ ପାଇଁ ଶୁଭଙ୍କର ହେବ ।(ରିପୋର୍ଟ:ସୋନାଲି)