ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ୱର କ୍ୟାପିଟାଲ ହସ୍ପପିଟାଲର ସ୍ଥିତି ପରଖିଲେ ନବ ନିର୍ବାଚିତ ଡେପୁଟୀ ମେୟର ମଞ୍ଜୁଲତା କହଁର। ହଠାତ୍ କୌଣସି ସୂଚନା ନଦେଇ ସିଧାସଳଖ ଭାବେ ମେଡ଼ିକାଲରେ ପହଞ୍ଚିଥିଲେ । ବିଭିନ୍ନ ୱାର୍ଡ ବୁଲିବା ସହ ଚିକିତ୍ସା ପାଇଁ ଆସିଥିବା ଲୋଙ୍କକୁ ଚିକିତ୍ସା କିପରି କରାଯାଉଛି ପଚାରି ବୁଝିଥିଲେ ।

ଡାକ୍ତରଙ୍କ ଉପସ୍ଥିତି, ଠିକ୍ ସମୟରେ ଔଷଧ ଦେବା, ପରିଷ୍କାର ପରିଚ୍ଛନ୍ନତା ଆଦି ସମ୍ପର୍କରେ ପଚାରି ବୁଝିଥିଲେ। ଖାଲିସେତିକି ନୁହେଁ ଲୋକଙ୍କ କଥା ଶୁଣିବାପରେ ଡାକ୍ତରଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଡାକ୍ତରଙ୍କ କାର୍ଯ୍ୟକୁ ନେଇ ଡେପୁଟୀ ମେୟର ମଞ୍ଜୁଲତା କହଁର ବେଶ୍ ପ୍ରଶଂସା କରିଥିଲେ ।