ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ ପଦବୀରୁ ବହିଷ୍କାର ହେଲେ ମୁକୁଲ ଗୋଏଲ । ମୁକୁଲ ୟୁପିରେ ଡିଜିପି ଭାବେ କାର୍ଯ୍ୟରତ ଥିଲେ । ହେଲେ କାର୍ଯ୍ୟରେ ଅବହେଳା ଏବଂ ଅପାରଗତା ହେତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୁକୁଲ ଗୋଏଲଙ୍କ ବିପକ୍ଷରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାମୁତାବକ, ୧୯୮୭-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଗୋଏଲଙ୍କୁ ଗତ ବର୍ଷ ଜୁନ୍ ମାସରେ ଉତ୍ତରପ୍ରଦେଶ ପୋଲିସ୍ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଏହା ପୂର୍ବରୁ ସେ ସୀମା ସୁରକ୍ଷା ବଳର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଗୋଏଲ ଙ୍କ ଅପସାରଣ ପରେ ଏବେ ୟୁପିରେ ଏକ ସାଧାରଣ ପ୍ରଶ୍ନ ସୃଷ୍ଟି ହୋଇଛି । ସରକାରୀ ସୂତ୍ରର ସୂଚନା ଅନୁଯାୟୀ ଗୋଏଲଙ୍କ କାର୍ଯ୍ୟରେ ଆଗ୍ରହ ନଥିବା ଏବଂ ଅବହେଳା ହେତୁ ତାଙ୍କୁ ଡିଜିପି ପଦରୁ ହଟେଇ ଦିଆଯାଇଛି । ତେବେ ଏ ନେଇ ରାଜ୍ୟ ସରକାର ପୋଲିସ୍ ଫୋସ୍ ପାଇଁ ଏକ ନୂଆ ଡିଜିପି ନିଯୁକ୍ତ କରିଛନ୍ତି । ଗୋଏଲ ଙ୍କ ଅପସାରଣ ପରେ ଏବେ ପ୍ରଶାନ୍ତ କୁମାରଙ୍କ ହାତରେ ଏହି ଦାୟିତ୍ବ ଦିଆଯାଇଛି । (ରିପୋର୍ଟ-ସୋନାଲି)