ସନଷ୍ଟାର ଟିଭି ବ୍ୟୁରୋ
ଭୋପାଲ: ମନ୍ତ୍ରୀଙ୍କ ବୋହୂ କଲେ ଆତ୍ମହତ୍ୟା ।ମଧ୍ୟପ୍ରଦେଶ ସ୍ଳୁଲ ଶିକ୍ଷା ମନ୍ତ୍ରୀ ଇନ୍ଦର ଶିଂ ପରମାରଙ୍କ ବୋହୂ ସବିତା ପରାମାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାର ପୋଞ୍ଚାନେର ଗ୍ରାମରେ ଘଟିଛି । ସବିତା ପରାମାର ତାଙ୍କ ବାସଭବନରେ ଝୁଲୁଥିବା ଆବସ୍ଥାରେ ଦେଖାଯାଇଥିଲା ।ଏଯାବତ୍ ଆତ୍ମହତ୍ୟା କୁ ନେଇ ପୋଲିସ କୌଣସି କାରଣ ସ୍ପଷ୍ଟ କରିନଥିବା ବେଳେ ଆତ୍ମହତ୍ୟା କରିବା ପଛରେ ପାରିବାରିକ କଳହ ଥିବା ସବିତାଙ୍କ ସମ୍ପକୀୟମାନେ ସୂଚନା ଦେଇଛନ୍ତି । ତେବେ ୨୨ ବର୍ଷୟୀ ସବିତା ପରମାର ୩ ବର୍ଷ ହେବ ଇନ୍ଦର ସିଂ ପରମାରଙ୍କ ପୁତ୍ର ଦେବରାଜ ସିଂଙ୍କୁ ବିବାହ କରିଥିଲେ । ଆଜି ସକାଳୁ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଷ୍ଟମଟମେ ପରେ ଅଧିକ ସ୍ୂଚନା ମିଳିପାରିବ ବୋଲି ଆଶା କରାଯାଉଛି
ରିପୋର୍ଟ ; ସୋନାଲି