ସନଷ୍ଟାର ଟିଭି ବ୍ୟୁରୋ
ନୂଆଦ୍ଲିଲୀ: ଆଗାମୀ ଦିନରେ ଘରେ ପହଞ୍ଚାଇ ଦିଆଯିବ ମନ ପସନ୍ଦର ମଦ । ଏବେ ଦ୍ଲିଲୀ ବାସୀନ୍ଦା ଘରେ ବସି ଅଡର କରିପାରିବେ ମଦ । ଏଭଳି ନିଶ୍ପତ୍ତି ନେଇଛନ୍ତି ଦ୍ଲିଲୀ ସରକାର । ତେବେ ଏହି ପ୍ରସ୍ତାବକୁ ଦ୍ଲିଲୀ ସରକାରଙ୍କ ମନ୍ତ୍ରୀ ଦଳ ଗୋଏମ୍ ଗ୍ରୀନ ସିଗନାଲ ଦେଇଥିବା ଏକ ଗଣମାଧ୍ୟମ ରିର୍ପୋଟରୁ ସୂଚନା ମିଳିଛି । ଆଗାମୀ ଦିନରେ ଏହି ପ୍ରସ୍ତାବକୁ ଅନୁମୋଦନ ପାଇଁ ଦ୍ଲିଲୀ କ୍ୟାବିନେଟ୍ ସମ୍ମୁଖରେ ରଖାଯିବ । ସୂଚନା ମୁତାବକ ,ଦ୍ଲିଲୀର ଖୁଚୁରା ବେପାରୀଙ୍କୁ ଘରେ ମଦ ବିତରଣ କରିବାକୁ ଅନୁମତି ଦିଆଯିବ । ଏ ନେଇ ଦ୍ଲିଲୀ ମନ୍ତ୍ରୀ ମଣ୍ଡଳ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ରିପୋର୍ଟ ; ସୋନାଲି