ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଭାରତର କ୍ରିକେଟଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଯେଉଁଥିରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ଯୁବା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କମିଟି ଅଧିବେଶନରେ ଭାଗ ନେବେ ବୋଲି ଦାବିକୁ ଖଣ୍ଡନ କରିଛନ୍ତି।ଗଣମାଧ୍ୟମର ଏକ ବିଭାଗ ରିପୋର୍ଟ କରିଛି ଯେ ମୁଁ ମେ ୧୨-୧୫ ରୁ ହିମାଚଳ ପ୍ରଦେଶରେ ଏକ ସଭାରେ ଯୋଗଦେବି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଉକ୍ତ ରିପୋର୍ଟଟି ଭୁଲ ଅଟେ।

ବିଜେପି ଧର୍ମଶାଲା ବିଧାୟକ ବିଶାଲ ନେହେରିଆ ଦାବି କରିଛନ୍ତି ଯେ ଶ୍ରୀ ଦ୍ରାବିଡ଼ ଭାରତୀୟ ଜନତା ପାର୍ଟି (ବିଜେପି) ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କମିଟି ଅଧିବେଶନରେ ଆସନ୍ତା ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସେଥିରେ ଉପସ୍ଥିତ ରହିବେ। ଯାହା ସୂଚନା ମିଳିଛି ଆସନ୍ତା ମଇ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ଠାରେ ବିଜେପି ଯୁବ କର୍ମୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା, ଜାତୀୟ ସଂଗଠନ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ ବୋଲି ଶ୍ରୀ ନେହେରିଆ କହିଛନ୍ତି।

ଶ୍ରୀ ନେହେରିଆ ଦାବି କରିଛନ୍ତି ଯେ ଶ୍ରୀ ଦ୍ରାବିଡଙ୍କ ଉପସ୍ଥିତି ବିଭିନ୍ନ କ୍ଷେତ୍ରରେ ଉନ୍ନତ ଆଣିବା ସହ ଯୁବକମାନଙ୍କୁ ଏକ ବାର୍ତ୍ତା ଦେବ।ଏଥିରେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ମଧ୍ୟ ଅଂଶଗ୍ରହଣ କରିବେ। ତାଙ୍କର ସଫଳତା ହେତୁ ଯୁବପିଢ଼ଇଙ୍କ ମଧ୍ୟରେ ଏକ ବାର୍ତ୍ତା ଦିଆଯିବ ଯେ ଆମେ କେବଳ ରାଜନୀତିରେ ନୁହେଁ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିପାରିବା।

ଚଳିତ ବର୍ଷ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଆସିଛି।୨୦୧୭ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୪୪ ଟି ସିଟ୍ ଜିତିଛି।