ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତ ରେ ୨୪ ଘଣ୍ଟା ମଧ୍ୟରେ ୩,୨୦୭ ନୂତନ କୋଭିଡ -୧୯ ମାମଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ସମ୍ନାକୁ ଆସିଛି। ତେବେ ଏହାସହ ୩,୪୧୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ସକ୍ରିୟ ମାମଲା ୨୦,୪୦୩ ରେ ପହଞ୍ଚିଛି। ଏହା ସହିତ ଅହମ୍ମଦାବାଦ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (NID) ର ୨୪ ଜଣ ଛାତ୍ରଛାତ୍ରୀ ଗତ ତିନି ଦିନ ମଧ୍ୟରେ କୋଭିଡ୍ -୧୯ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ରବିବାର ଦିନ ପଜିଟିଭ୍ ହୋଇଥିଲେ । ସତର୍କତା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନୁଷ୍ଠାନରେ (ଜନସାଧାରଣ) ସମାବେଶ ଏବଂ ଶିକ୍ଷାଗତ କାର୍ଯ୍ୟ ବନ୍ଦ କରାଯାଇଛି। ପରୀକ୍ଷା ପ୍ରକ୍ରିୟା ଅନୁଷ୍ଠାନରେ ଚାଲିଛି । ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ କଟକଣାକୁ ମାନୁ ନାହାନ୍ତି ଯାହା ଫଳରେ କରୋନା ପୁଣି ଥରେ ବଢ଼ିବାରେ ଲାଗିଛି।