ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ପୁରୁଷ ଏସିଆ କପ୍ ହକିର ଇଣ୍ଡୋନେସିଆର ୧୧ଶ ସଂସ୍କରଣ ମେ୨୩ରୁ ଜୁନ୍ ୧ ପର୍ଯ୍ୟନ୍ତ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ସୋମବାର ୨୦ ଜଣିଆ ଦଳ ଘୋଷଣା କରିଛି । ଟୋକିଓ ଅଲିମ୍ପିକ୍ରେ କାଂସ୍ୟପଦକ ଜିତିଥିବା ଭାରତୀୟ ପୁରୁଷ ଦଳର ଦୁଇ ସଦସ୍ୟ ରୁପିନ୍ଦରପାଲ ସିଂହ ଓ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଅବସର ଘୋଷଣା କରିଥିଲେ ହେଁ ଉଭୟଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ରୂପିନ୍ଦରପାଲ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ବୀରେନ୍ଦ୍ର ଦଳର ଉପଅଧିନାୟକ ରହିଛନ୍ତି । ଉପରୋକ୍ତ ୨ ଖେଳାଳିଙ୍କ ପରି ଆନ୍ତର୍ଜାତିକ ହକିରୁ ଅବସର ନେଇଥିବା ଫରୱାର୍ଡ ଏସ୍.ଭି. ସୁନୀଲଙ୍କୁ ମଧ୍ୟ ଦଳରେ ରଖାଯାଇଛି । ବୀରେନ୍ଦ୍ର ଲାକ୍ରାଙ୍କ ସହ ଓଡ଼ିଶାରୁ ମୋଟ ୪ ଜଣ ଖେଳାଳି ଦଳରେ ସାମିଲଅଛନ୍ତି । ଅନ୍ୟ ୩ ଜଣ ହେଲେ ଡିଫେଣ୍ଡର ଦୀପ୍ସାନ ତିର୍କି , ଅଭିଷେକ ଲାକ୍ରା ଓ ନୀଲମ୍ ସଞ୍ଜୀପ ଖେସ୍ । ପ୍ରଥମ ୩ ଜଣଙ୍କୁ ୧୮ ଜଣିଆ ଦଳରେ ସ୍ଥାନ ଦିଆ ଯାଇଥିବା ବେଳେ ନୀଲମ୍ଙ୍କୁ ବଦଳ ଖେଳାଳି ଭାବେ ରଖାଯାଇଛି ।