ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲକ୍ଷ୍ମୀଧର ଜେନା। ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ। ସେ ଆଜି ଅପରାହ୍ନରେ ନିଜ କାର୍ଯ୍ୟାଳୟରୁ ୨ଲକ୍ଷ ୨୦ ହଜାର ଟଙ୍କା ଧରି ୬୦୦ ମିଟର ଦୂରରରେ ଡ୍ରିମ କଲୋନୀ ଥିବା ଭଡା ଘରକୁ ଅଫିସ ଗାଡିରେ ଯାଉଥିବା ସମୟରେ କାବୁ କରିଲା ନବରଙ୍ଗପୁର ଭିଜିଲାନ୍ସ। ତେବେ ଏତେ ଟଙ୍କା କେଉଁ ଠାରୁ ଆସିଲା ଏହାକୁ ନେଇ କୌଣସି ଉତ୍ତର ରଖିପାରିଲେ ନାହିଁ ସରକାରୀ ବାବୁ। ଏହାସହିତ ଭିଜିଲାନ୍ସର ଆଉ ଗୋଟିଏ ଟିମ ଭୁବନେଶ୍ବର ତମାଣ୍ଡୋ ସ୍ଥିତ ଫାର୍ମାସି କଲେଜ ସମ୍ମୁଖ ତାଙ୍କ ବାସଭବନରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉରେ ମାଲକାନଗିରି ଡିଏସପି ଏସକେ ବିଶ୍ବାଳ,ନବରଙ୍ଗପୁର ଭାରପ୍ରାପ୍ତ ଡିଏସପି କଲବତୀ ବାଗ, ଇନିସେପକ୍ଟର ଅନୁଭା ଦାସ ପ୍ରମୁଖ ରହିଛନ୍ତି। ବର୍ତ୍ତମାନ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬.୭ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବା ବେଳେ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ।