ସନଷ୍ଟାର ଟିଭି ବ୍ୟୁରୋ

ଝାରସୁଗୁଡା :ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ ଆରମ୍ଭ ହୋଇଛି,ମେ’ ୩୧ ରେ ପଡିବ ଭୋଟ, ସେପଟେ ଆଜି ବ୍ରଜରାଜନଗର ପାଇଁ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ। ଆଜି ବିଜେଡି ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକାଙ୍କ ନାମ ଘୋଷଣା କରିବା ପରେ ଏବେ କଂଗ୍ରେସ ତାର ପ୍ରାର୍ଥୀ ନାମ ଘୋଷଣା କରିଛି । କଂଗ୍ରେସ ରୁ ଲଢ଼ିବେ କିଶୋର ଚନ୍ଦ୍ର ପଟେଲ। ତେବେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଏହି ଆସନ। ଆଉ ଏବେ ବହୁଚର୍ଚ୍ଚିତ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ବି ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଲାଣି ଏହା ସହ କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ସବୁ ଦଳ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଲାଣି ଆଉ ଏବେ ସମସ୍ତଙ୍କ ନଜର ନିର୍ବାଚନ ଫଳ ଉପରେ।